ଏଭଳି ଏକ ଅଭିଯୋଗକୁ ନେଇ ସମୁଦ୍ରକୂଳ ଥାନା ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ପୁରୀ ସହରର ସିଟି ରୋଡ୍ ନିକଟରେ ଥିବା ହେଭେନ୍ ସ୍ପା ସେଣ୍ଟରରେ ବେଆଇନ ଦେହ ବ୍ୟବସାୟ କାର୍ଯ୍ୟକଳାପ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିବା ପରେ ଏହି ଚଢ଼ାଉ କରାଯାଇଥିଲା।
ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଜଣେ ଗ୍ରାହକ ଓ ଜଣେ ରିସେପ୍ସନିଷ୍ଟଙ୍କୁ ପୋଲିସ ଧରିଥିବାବେଳେ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସମୁଦ୍ରକୂଳ ଥାନା ପୋଲିସ ପକ୍ଷରୁ ୩୬୯/୨୬ ନମ୍ବରରେ ମାମଲା ରୁଜୁ କରାଯାଇଛି।
ତେବେ ଏହି କାର୍ଯ୍ୟକଳାପ ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସ୍ପା ସେଣ୍ଟରରେ ଏଭଳି କାରବାର କେତେ ଦିନ ଧରି ଚାଲିଥିଲା ଏବଂ ଏହା ପଛରେ କୌଣସି ବଡ଼ ନେଟୱର୍କ କାମ କରୁଛି କି ନାହିଁ, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଉଦ୍ଧାର ହୋଇଥିବା ଯୁବତୀମାନଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସହାୟତା ପାଇଁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି।
ପୁରୀ ଭଳି ଏକ ପ୍ରମୁଖ ପର୍ଯ୍ୟଟନ ଓ ଧାର୍ମିକ ସହରରେ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ସ୍ପା ସେଣ୍ଟରଗୁଡ଼ିକର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି। ତେବେ ପୋଲିସ ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ।


